pinterest
qr
book cover

କବିତାଧାରା... - (ମୋ ମନ କଥା)

by ଡକ୍ଟର ହରିକୃଷ୍ଣ ନାୟକ
20 pages    4240 reads    0 people's favorite    1 likes
fav Add as a Favorite     like Like it
 
11"x8.5" - Choice of Hardcover/Softcover - Premium Photo Book
Preview Book
Share Book    

About the Book

କବିତାଧାରା ପୁସ୍ତକଟି ମୋ ମନ କଥା ପରିପ୍ରକାଶ କରିଛି। ଏହି ପୁସ୍ତକରେ ସଂସାରର ଭିନ୍ନ ଭିନ୍ନ ସ୍ଵାଦ ଭରି ରହିଛି। ପାଠକକୁ କେତେବେଳେ ପ୍ରେମର ପରିଭାଷା କହିବ ତ କେତେବେଳେ ସମାଜର ସତ୍ୟତାର ଅବଗତ କରାଇବ। ଏହି ପୁସ୍ତକଟି ମୋଟ ୨୫ ଖଣ୍ଡ କବିତାର ଭାର ନେଇ, ପାଠକ ମନକୁ ଜିଣିବାକୁ ପ୍ରୟାସ କରିବ ଏବଂ ସଫଳ ମଧ୍ୟ ହେବ। ଏଥି ମଧ୍ୟରୁ କିଛି କବିତା ଓଡିଶାର କିଛି ପତ୍ର ପତ୍ରିକାରେ ସ୍ଥାନ ପାଇସାରିଛି, ତେଣୁ ସେଥିରୁ କିଛି ସଂଗ୍ରହ କରି ପାଠକ ସମ୍ମୁଖରେ ଉପସ୍ଥାପନ କରିବାକୁ ଚେଷ୍ଟା କରିଛି।

Features & Details
Created on: Sep-07-2011   Last updated:  Sep-07-2011
Format: 11"x8.5" - Choice of Hardcover/Softcover - Premium Photo Book
Theme: Poetry    Privacy: Everyone
Preview Limit: 20 Pages
Tags:
Nayak    Oriya    Poem    Poetry    Romance   
 
About Author
author icon Nayak
Joined: Sep-07-2011

ଅଧ୍ୟାପକ ଡକ୍ଟର ହରିକୃଷ୍ଣ ନାୟକ ୧୯୫୭ ମସିହା ଅଗଷ୍ଟ ୧୨ତାରିଖରେ ଗଞ୍ଜାମ ଜିଲ୍ଲା, ପାଟପୁର ଥାନା ଅନ୍ତର୍ଗତ ଦାନାଆମ୍ବଠା ଗ୍ରାମର ସ୍ଵର୍ଗତ ରଘୁନାଥ ନାୟକଙ୍କ ଔରସରେ ଓ ସାବିତ୍ରୀ ଦେବୀଙ୍କ ଗର୍ଭରେ ଆବିର୍ଭାବ ହୋଇଥିଲେ। କାଳକ୍ରମେ ସେ ପ୍ରଥମିକ, ମାଧ୍ୟମିକ ଓ ଉଚ୍ଚବିଦ୍ୟାଳୟର ଶିକ୍ଷା ଶେଷ କରି ୧୯୭୮ ମସିହାରେ ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟରୁ ଆଇ.ଏ. ଏବଂ ୧୯୮୦ ମସିହାରେ ବି.ଏ. ପାସ କରି ୧୯୮୨ ମସିହାରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରୁ ଓଡିଆ ଭାଷା ଓ ସାହିତ୍ୟରେ ଏମ.ଏ. ପାସ କରିଥିଲେ। ୧୯୮୩ ମସିହାରେ କଙ୍କୋରଡା ମହାବିଦ୍ୟାଳୟ ଓଡିଆ ବିଭାଗର ଅଧ୍ୟାପକ ଭାବେ ନିଯୁକ୍ତି ପାଇ ସମ୍ପ୍ରତି ଅଧ୍ୟାପନା କାର୍ଯ୍ୟରେ ନିଯୁକ୍ତ ଅଛନ୍ତି। ୧୯୯୦ ମସିହାରେ 'ସାରଳା ମହାଭରତରେ ସାମାଜିକ ଆଦର୍ଶ' ନାମକ ଗବେଷଣାତ୍ମକ ସନ୍ଦର୍ଭ ଲେଖି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରୁ କୃତିତ୍ଵର ସହ ପିଏଚ୍.ଡି.(ଡକ୍ଟର) ଉପାଧି ଲାଭ କରିଛନ୍ତି।

ସାମ୍ପ୍ରତିକ କାଳର ଜଣେ ଯଶସ୍ଵୀ ପ୍ରାବନ୍ଧିକ, ସମାଲୋଚକ, କବି ଓ ସୁସଂଗଠକ ରୂପେ ସୁପରିଚିତ। ଦୀର୍ଘ ଦୁଇ ଦଶକ ଧରି ସେ ନିରବଛ୍ଛିନ୍ନ ଭାବେ ପ୍ରବନ୍ଧ ଓ ସମାଲୋଚନା ସାହିତ୍ୟରେ ମନୋନିବେଶ କରି ଓଡିଆ ଗଦ୍ୟ ସାହିତ୍ୟକୁ ପରିପୁଷ୍ଟ କରିଛନ୍ତି। 'କବି ନରସିଂହ ମାଠ : ଏକ ଅଧ୍ୟୟନ', 'ସାରଳା ମହାଭାରତରେ ସାମାଜିକ ଆଦର୍ଶ', 'ମା' ନାରାୟଣୀ', 'ମା ଶ୍ୟାମଳାୟୀ', 'ମା ଖମ୍ବେଶ୍ଵରୀ' ଓ 'ମା ବାଙ୍କେଶ୍ଵରୀ' ଆଦି ପୁସ୍ତକ ରଚନା କରିଛନ୍ତି। ତାଙ୍କ ଲିଖିତ ବହୁ ପ୍ରବନ୍ଧ ଓଡିଶାର ବିଭିନ୍ନ ପତ୍ରପତ୍ରିକା ଏବଂ ପୁସ୍ତକର ପୃଷ୍ଠା ମଣ୍ଡନ କରିବା ସଙ୍ଗେ ସଙ୍ଗେ ଆକାଶବାଣୀ ବ୍ରହ୍ମପୁର ସୌଜନ୍ୟରୁ ଦ୍ଵାରା ପ୍ରସାରିତ ହୋଇଛି। ସମ୍ପ୍ରତି ସେ ନିଖିଳ ଉକ୍ତଳ ଆଳୀୟ ଖଣ୍ଡାୟତ ସମାଜ କେନ୍ଦ୍ରୀୟପରିଷଦର (ରାଜ୍ୟସ୍ତରୀୟ) କୁଳାଧିପତି ଭାବେ କାର୍ଯ୍ୟ ସମ୍ପାଦନ କରୁଛନ୍ତି।

Messages from the author:
 
Reader's Comments     Log in or create an account to add comment for the book.







book_profile