pinterest
qr
book cover

କବିତାଧାରାKabita Dhara - Mo Mana Katha

by ଡକ୍ଟର ହରିକୃଷ୍ଣ ନାୟକ
20 pages    3339 reads    0 people's favorite    0 likes
fav Add as a Favorite     like Like it
 
8.5"x11" - Choice of Hardcover/Softcover - Premium Photo Book
Preview Book
Share Book    

About the Book

ଏହି ପୁସ୍ତକଟି କବିତାର ସବୁ ରଂଗରେ ରଂଗୀତ। କେଉଁଠେ ପ୍ରେମର ଧାରା ଦଶଦିଗ ଦେଖାଏ ତ କେତେବେଳେ ସଂସ୍କାର ମୂଳକ କବିତାଟି ମଣିଷର ଅବଚେତନାକୁ ଜାଗ୍ରତ କରାଇଦିଏ। କେତେବେଳେ ହସାଏ ତ ପୁଣି କେତେବେଳେ କନ୍ଦାଏ, ଏହି ପୁସ୍ତକଟି ପାଠକର ପ୍ରତିଟି ଭାବନାକୁ ଚଳଚଞ୍ଚଳ କରିପାରୁଛି। ପ୍ରତି ମୁହୁର୍ତ୍ତରେ ପାଠକ ଆନନ୍ଦିତ ହେବାର ଉଦ୍ଦେଶରେ ରଚାଯାଇଛି।

Features & Details
Created on: Sep-07-2011   Last updated:  Sep-07-2011
Format: 8.5"x11" - Choice of Hardcover/Softcover - Premium Photo Book
Theme: Poetry    Privacy: Everyone
Preview Limit: 20 Pages
Tags:
Nayak    Oriya    Poem    Poetry    Romance   
 
About Author
author icon Nayak
Joined: Sep-07-2011

ଡକ୍ଟର ହରିକୃଷ୍ଣ ନାୟକ, ଜନ୍ମ ଗ୍ରହାଣ କରନ୍ତି ୧୨ ଅଗଷ୍ଟ ୧୯୫୭ ମସିହାରେ, ସାନ ଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ଦାନ ଆମ୍ବଠା ଗ୍ରାମ ନୀବାସୀ ସ୍ଵର୍ଗତ୍ ରଘୁନଥ ନାୟକଙ୍କ ଔରସ ଏବଂ ସ୍ଵର୍ଗତ୍ ସାବିତ୍ରୀ ଦେବୀଙ୍କ ଗର୍ଭରୁ| ବର୍ତ୍ତମାନ ସେ କଙ୍କୋରଡା ବିଜ୍ଞାନ ମହା ବିଦ୍ୟାଳୟ ରେ ଅଧ୍ୟାପକ ଭାବେ ଅଧ୍ୟୟନ ରତ|

ଡକ୍ଟର ହରିକୃଷ୍ଣ ନାୟକ, ଆଧୁନିକ ଓଡିଆ ଭାଷା ଓ ସାହିତ୍ୟର ଜଣେ ବିଶିଷ୍ଟ ଲେଖକ ଓ ଗବେଷକ ଭାବେ ଓଡିଆ ସମାଜରେ ଦୃଷ୍ଟି ଆକର୍ଷଣ କରିଛନ୍ତି| ସେ ନିଜକୁ ତାଙ୍କ ସମୟର ଜଣେ ଶ୍ରେଷ୍ଠ ସମାଲୋଚକ ଭାବେ ପ୍ରତିଷ୍ଠିତ କରିପାରିଛନ୍ତି| ପୁରାତନ, ଆଧୁନିକ ଓ ଅତ୍ୟାଧୁନିକ ଓଡିଆ ସାହିତ୍ୟକୁ ଡକ୍ଟର ନାୟକଙ୍କ ଅବଦାନ ଅତୁଳନୀୟ| ସମାଜ, ସଂସ୍କୃତି ଓ ସାହିତ୍ୟ କର୍ମ ପ୍ରତି ଡକ୍ଟର ନାୟକଙ୍କ ଶ୍ରଦ୍ଧା, ନିଷ୍ଠା ଓ ଗବେଷଣାର ଗଭୀରତା, ତାଙ୍କ ପ୍ରତିଟି ଲେଖାରେ ଝଲସି ଉଠେ| ପୁରୁଣା ଲେଖକ, କବି ଓ ଗାଳ୍ପିକ ମାନଙ୍କୁ ଲୋକ ଲୋଚନକୁ ଆଣିବା ଏବଂ ଗବେଷଣାତ୍ମକ ସନ୍ଧର୍ଭ ରଚନା କରିବାରେ ସେ ସିଦ୍ଧ ହସ୍ତ| ତାଙ୍କ ଲିଖିତ 'କବି ନରସିଂହ ମାଠ: ଏକ ଅଧ୍ୟୟନ' ପୁସ୍ତକ ଏବଂ ଅନବରତ ପରିଶ୍ରମ ବଳରେ ଜଣେ ଆଧୁନିକଯୁଗୀୟ କବି 'ନରସିଂହ ମାଠ'ଙ୍କୁ ଜାତୀୟ ସ୍ତରରେ ସୁପରିଚିତ କରି ଗୌରବ ଅର୍ଜନ କରିଛନ୍ତି| ସ୍ଵର୍ଗତ ମାଠଙ୍କ ରଚିତ 'ରଘୁନାଥ କୀର୍ତ୍ତନ' ଆଜି ଘରେ ଘରେ ପରିଚିତ| ସ୍ଵରଚିତ ଗବେଷଣାତ୍ମକ ସନ୍ଦର୍ଭ 'ସାରଳା ମହା ଭାରତରେ ସାମଜିକ ଆଦର୍ଶ' ଉପସ୍ଥାପନା କରି କୃତିତ୍ଵର ସହ ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟରୁ ପିଏଚ୍.ଡି. (ଡକ୍ଟର) ଉପାଧି ଲାଭ କରିଛନ୍ତି|

Messages from the author:
 
Reader's Comments     Log in or create an account to add comment for the book.







book_profile